Enter text to search

Saturday, June 18, 2016

ପ୍ରିୟ! ପ୍ରିୟତମ! ପ୍ରିୟତମା! – ଜୟନ୍ତୀ ବେହେରାଙ୍କ କବିତା ସଂକଳନ

ପ୍ରିୟରୁ ପ୍ରିୟତମ ଆଉ ପ୍ରିୟତମରୁ ପ୍ରିୟତମା ସାଜିବାର ମୂହୁର୍ତ୍ତ ଆଣେ ମହାମିଳନ। ଯୋଡି ହୋଇଯାଏ ସମ୍ପର୍କ। ସେହି ସମ୍ପର୍କର ସ୍ଵୀକାରୋକ୍ତିରୁ ସ୍ଵୀକାରୋକ୍ତିରୁ ସୃଷ୍ଟି ନାରୀକବି ଜୟନ୍ତୀ ବେହେରାଙ୍କ କବିତା ସଂକଳନ ପ୍ରିୟ! ପ୍ରିୟତମ! ପ୍ରିୟତମା!ମୁଁ ତ କହିବି ଏହା ଏକ କାବ୍ୟ। ସମ୍ପର୍କର ସ୍ଵୀକାରୋକ୍ତି। ଶବ୍ଦରେ ଶବ୍ଦରେ, ଭାବରେ ଭାବରେ କବିଙ୍କର ହୃଦୟର କଥା। ପ୍ରିୟ ମଣିଷର, ଭଲ ପାଇବାର, ହରେଇବାର, ସ୍ମୃତି ଖୋଜିବାରେ, ଖୋଜୁ ଖୋଜୁ ସାହିତ୍ୟ ଜଗତରେ ଯୋଡି ହୋଇଯିବାର ଏକ ଯାତ୍ରା। ପ୍ରିୟରୁ ପ୍ରିୟତମ, ପ୍ରିୟତମରୁ ପ୍ରିୟତମା ପାଲଟିବାର କାବ୍ୟିକ ମହାଯାତ୍ରା।


Jayanti Behera
ନାରୀକବି ଜୟନ୍ତୀ ବେହେରାଙ୍କ ଜନ୍ମ ହୁଏ ୧୯୮୩ ମସିହା ଅକ୍ଟୋବର ୨ ତାରିଖରେ, ବିଖ୍ୟାତ ପାଳୁରୁଗଡ, ଗଞ୍ଜାମରେ। ପିତା ଶ୍ରୀ ଲଛମନ ବେହେରା ଓ ମାତା ଶ୍ରୀମତୀ ଲବଙ୍ଗ ବେହେରାଙ୍କ ଔରସରୁ ତାଙ୍କରି ଜନ୍ମ। ଶିକ୍ଷକତା ତାଙ୍କର ବୃତ୍ତି ଏବଂ କବିତା ତାଙ୍କର ନିଶା। କଲେଜ ପଢିବା ସମଯରୁ ବିଭିନ୍ନ ସାହିତ୍ୟ ମଞ୍ଚରେ କବିତା ସଂଯୋଜନା କରି ବ୍ରହ୍ମପୁର ସହର ସାହିତ୍ୟ ମହଲରେ ପରିଚିତ। ସଙ୍କଳନଟିର ନାମରୁ ହିଁ ପ୍ରତିପାଦିତ କରୁଛି ତାଙ୍କର ପ୍ରଥମ କବିତା – ପ୍ରିୟ
ପ୍ରିୟର ହୃଦୟରୁ
ଝରିଯାଏ ଯେବେ
ପ୍ରୀତି ପ୍ରଣୟର ଗୀତି
ମୋ କଅଳ ଦେହରେ
ବସନ୍ତର ଝଡ
ଅମାନିଆ ହୁଏ ଛଇତି॥

ମୁଁ ନୀଳକଇଁ’, ଚୋରା ପୀରତିର କବିତା’, ମୋ ପରି ମୋତେ’, ସ୍ମୃତିପର୍ବ’, ଏକାନ୍ତ ଲୋଡିବା ପଣରେ’, ଆତ୍ମମଗ୍ନ’, ଭିତରେ ଭିତରେ’, ଶୂନ୍ୟ ପାନ୍ଥଶାଳା’, ସମାଧିସ୍ଥ’, ସ୍ଵପ୍ନ ନାୟକଙ୍କୁ ଖୋଜା ଆଦି କବିତାର ଶବ୍ଦ ବିନ୍ୟାସର କୌଶଳ ହିଁ କବିତାଗୁଡିକୁ ଜୀବନ୍ୟାସ ଦେଇଛି। ପ୍ରିୟତମ ପ୍ରତି ସମର୍ପଣ, ଗଭୀର ପ୍ରେମର ଅନୁଭବର ପ୍ରତିଟି କ୍ଷଣକୁ, ହୃଦୟ ସ୍ପନ୍ଦନର ପ୍ରତିଟି ଉଦବେଳନକୁ, ଭିନ୍ନ ଢଙ୍ଗରେ, ଭିନ୍ନ ଆଲୋଡରେ କବିତାର ପରିପ୍ରକାଶ ହୋଇଛି।

Copyright: Bhagirathi Behera
ପ୍ରକାଶକ: ଅନ୍ନପୂର୍ଣ୍ଣା ପବ୍ଲିଶର୍ସ, ବ୍ରହ୍ମପୁର (ଗଞ୍ଜାମ)
ମୂଲ୍ୟ: ଷାଠିଏ ଟଙ୍କା ମାତ୍ର
Post a Comment

Followers